ଅନ୍ୟାନ୍ୟ

ମାର୍ଚ୍ଚ ୨୨ ରୁ ପାଳଲହଡ଼ା ମହୋତ୍ସବ, ସରିଲା ପ୍ରସ୍ତୁତି ବୈଠକ

By Angul TV Bureau

March 01, 2025

ଅନୁଗୁଳ: ପାଳଲହଡ଼ା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଶୁକ୍ରବାର ଉପଜିଲ୍ଲାପାଳଙ୍କ ବୈଠକ କକ୍ଷରେ ଆୟୋଜିତ ହୋଇଛି। ଏହି ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପଟେଲ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ମହାନ୍ତି ଯୋଗ ଦେଇଥିଲେ। ଚଳିତ ବର୍ଷ ମାର୍ଚ୍ଚ ୨୨ ରୁ ୨୪ ତାରିଖ ତିନି ଦିନ ଧରି ମହୋତ୍ସବ ପାଳନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ନାଏକ, ପାଳଲହଡ଼ା ବିଡିଓ ନିଶାନ ମିଶ୍ର, କଣିହାଁ ବିଡିଓ ତ୍ରିବିକ୍ରମ କୁମୁରା, ତହସିଲଦାର ଆକାଂକ୍ଷା ମହାପାତ୍ରଙ୍କ ସହ ବିଭିନ୍ନ ସରକାରୀ ପଦାଧିକାରୀ ଏବଂ ଅଞ୍ଚଳର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।