ଘଟଣା ଓ ଦୁର୍ଘଟଣା

ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଘଟଣାସ୍ଥଳରେ ମୃତ୍ୟୁ

By Angul TV Bureau

March 13, 2023

ଅନୁଗୁଳ: ପାଳଲହଡ଼ା କାଇଁସିରି ପାଲି ଛକରେ ଜଣେ ବ୍ୟକ୍ତିଙ୍କ ଉପରେ ଟ୍ରକ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ସହ ଚାପା ଉତ୍ତେଜନା ଲାଗି ରହିଛି। ମୃତ ବ୍ୟକ୍ତି ଜଣକ ଢେଙ୍କାନାଳ ଅଞ୍ଚଳର କୁନା ବେହେରା (୪୦) ବୋଲି ଜଣାପଡ଼ିଛି। ସେ ଦୀର୍ଘଦିନ ଧରି ପାଳ ଲହଡ଼ା କାଇଁସିରି ପାଲିରେ ରହି ନିଜେ ଓଲ୍ଡିଂ ଦୋକାନ ଦେଇଛନ୍ତି।

ସୂଚନା ମୁତାବକ, ଆଜି ସକାଳେ ପାଳଲହଡ଼ା ବାଇପାସ୍ ଛକ ଠାରୁ ବ୍ୟକ୍ତି ଜଣକ ନିଜ ଦୋକାନ କାଇଁସିରି ପାଲିକୁ ସାଇକେଲ ଯୋଗେ ଆସିବା ସମୟରେ ୪୯ ଏବଂ ୧୪୯ ନମ୍ୱର୍ ଜାତୀୟ ରାଜପଥକୁ ସଂଯୋଗ କରି ଥିବା ଛକ ଠାରେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇ ଘଟଣାସ୍ଥଳରୁ ଚାଲିଯାଇଥିଲା। ପାଳଲହଡ଼ା ପୋଲିସ୍ ଗାଡ଼ିକୁ ପିଛା କରିଥିବା ଜଣାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିବା ସହ ଚାପା ଉତ୍ତେଜନା ଲାଗି ରହିଛି। ଉକ୍ତ ଛକକୁ ଗୋଲେଇ ଛକ କରିବା ସହ ଟ୍ରାଫିକ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।