ଅନ୍ୟାନ୍ୟ

ପାଳଲହଡ଼ା ଉପଜିଲାପାଳଙ୍କ ଖମାର ମହାବିଦ୍ୟାଳୟ ପରିଦର୍ଶନ

By Angul TV Bureau

July 06, 2022

ଅନୁଗୁଳ: ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟକୁ ପାଳଲହଡ଼ା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି ମଙ୍ଗଳବାର ଅଚାନକ ପରିଦର୍ଶନ କରିଥିଲେ । ଉପଜିଲ୍ଲାପାଳ କଲେଜର ଛାତ୍ରୀନିବାସକୁ ପରିଦର୍ଶନ କରି ଅନ୍ତେବାସୀଙ୍କ ସହିତ ଭାବ ବିନିମୟ କରିବା ସହ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଛାତ୍ରୀ ନିବାସରେ ରାଗିଂ ହେଉଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଶ୍ରେଣୀଗୃହ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ପାଠପଢ଼ା ସମ୍ପର୍କରେ ଆଲୋଚନା କରିବା ସହ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ । ଉପଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ ଉପସ୍ଥିତ ଥିଲେ । କଲେଜ ଅଧ୍ୟକ୍ଷ ଡ. ଅକ୍ଷୟ କୁମାର ପଣ୍ଡା ଉଭୟ ଅଧିକାରୀଙ୍କୁ ସ୍ବାଗତ କରିବା ସହ କଲେଜ ସମ୍ପର୍କରେ ଅବଗତ କରାଇଥିଲେ ।ଛାତ୍ରୀନିବାସ ତତ୍ତ୍ଵାବଧାରିକା ଅଧ୍ୟାପିକା ପ୍ରିୟଙ୍କା ବରାହ, ଅଧ୍ୟାପିକା ସୁଷମା ମଞ୍ଜରୀ ପ୍ରଧାନ, ଅଧ୍ୟାପକ ଧବଳେଶ୍ଵର ନାୟକ, ଅଧ୍ୟାପକ ଭରତ ଚନ୍ଦ୍ର ବିଶ୍ଵାଳ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ ।