ଅନ୍ୟାନ୍ୟ

କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ସୁଭଦ୍ରା ନାଏକ

By Angul TV Bureau

October 18, 2025

ଅନୁଗୁଳ: ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀର ୧୦ ନମ୍ବର ଜୋନରୁ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀନୀ ଭାବେ ଲଢ଼ିଥିବା ସୁଭଦ୍ରା ନାଏକ  ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହୋଇଛନ୍ତି।

ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଓ ଦେବଗଡ଼ର ପୂର୍ବତନ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଉପସ୍ଥିତିରେ ସୁଭଦ୍ରାଙ୍କୁ ଦଳୀୟ ଉତ୍ତରୀ ପ୍ରଦାନ କରି ବିଜେପିରେ ସ୍ଵାଗତ କରାଯାଇଥିଲା। ଏହି ଅବସରରେ ପବିତ୍ର ନଗର ମଣ୍ଡଳ ସଭାପତି ମୁନା ବିଶ୍ଵାଳ ଓ ଜିଲ୍ଲା ସଂଯୋଜକ ପ୍ରହଲ୍ଲାଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।