ଅନୁଗୋଳ: ସ୍ଥାନୀୟ ପି.ବି.କେ. ଖେଳ ପଡ଼ିଆରେ ଚାଲିଥିବା ପାଞ୍ଚଗଡ଼ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ସହ ରବିବାର ଉଦ୍ଯାପିତ ହୋଇଛି। ୭ ଦିନ ଧରି ୮ଟି ଦଳକୁ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଫାଇନାଲରେ ତଳମୂଳ ଫୁଟବଲ ଦଳ ୨-୦ ଗୋଲ୍ରେ ଦୁଦୁରକୋଟ ଡ୍ରାଗନ୍ ଫୁଟବଲ କ୍ଲବକୁ ପରାସ୍ତ କରି ଚାମ୍ପିଅନ ହୋଇଛି।
ଉଦ୍ଯାପନୀ ଉତ୍ସବରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଆନ ଦଳକୁ ୧୫ ହଜାର ଟଙ୍କା ଓ ଟ୍ରଫି, ରନର୍ସଅପ୍ ଦଳକୁ ୧୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ। ସମାଜସେବୀ ଛବି ସାହୁ, ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ନାଏକ, ନୂଆହତା ସରପଞ୍ଚ ରୁନୁବାଳା ଧୀର ଓ ବଅଁରପାଳ ସରପଞ୍ଚଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଆୟୋଜକ ସଭାପତି ଦିଲ୍ଲୀପ ରାଉତ, ସମ୍ପାଦକ ସଦାନନ୍ଦ ରାଉତଙ୍କ ସମେତ କମିଟି ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।