ଅନ୍ୟାନ୍ୟ

ଆଗାମୀ ତ୍ରିସ୍ତରୀୟ ପଞ୍ଚୟତରାଜ ନିର୍ବାଚନ ପ୍ରସ୍ତୁତି ବୈଠକ

By Angul TV Bureau

August 29, 2021

ଅନୁଗୁଳ: ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀର ୧୯ ନଂ ଜିଲ୍ଲା ପରିଷଦ ଜୋନରେ ରବିବାର ଆଗାମୀ ତ୍ରିସ୍ତରୀୟ ପଞ୍ଚୟତରାଜ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗଦେଇ ବିଜେଡି ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ବ ଦେଇଥିଲେ। ଗୁରୁଜାଙ୍ଗୁଲିଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡ଼ି ସଭାପତି ସନ୍ତୋଷ କୁମାର ପ୍ରଧାନ, ମୁରଲୀଧର ସାହୁ, ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ପ୍ରଧାନ, ବ୍ଲକ ସାଧାରଣ ସମ୍ପାଦକ ଶେଷଦେବ ମହାନ୍ତି, ଜିଲ୍ଲା ଯୁବ ଉପ ସଭାପତି ଲିପୁନା ଭୁକ୍ତା, ବ୍ଲକ ଯୁବ ସଭାପତି ମନୋଜ ସାହୁ, ବ୍ଲକ୍ ଛାତ୍ର ସଭାପତି ଜଗଦୀଶ ସାହୁ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ରାଜେଶ ଦାସ ଓ ବ୍ଲକ ମହିଳା ସଭାପତି ଖୁଲଣା ପରିଡା, ୧୯ନଂ ଜୋନର ପର୍ଯ୍ୟବେକ୍ଷକ ତଥା ସରପଞ୍ଚ ଅବନୀକାନ୍ତ ଦେହୁରୀ, ପଞ୍ଚାୟତର ସମସ୍ତ ପ୍ରାଥମିକ ସଦସ୍ୟ, ପଞ୍ଚାୟତ ସଭାପତି, ପଦ୍ମାବତୀପୁର, ହେସଁମୁଳ, କଣ୍ଢାଳ ବ୍ରଜନାଥପୁର, ଗୁରଜାଙ୍ଗ, ଧରମପୁର, କଙ୍କିଳି ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।