ମୁଖ୍ୟ ଖବର

ପାଣିଘେରରେ କାଣ୍ଡସର ପଞ୍ଚାୟତ କାର୍ଯ୍ୟାଳୟ, ଗାଁ ଲୋକ ଅଣନିଶ୍ୱାସୀ

By Angul TV Bureau

July 21, 2025

ଅନୁଗୁଳ: ଜଳବନ୍ଦୀ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ପଞ୍ଚାୟତ କାର୍ଯ୍ୟାଳୟ। ବର୍ଷାଦିନ ହେତୁ ଗ୍ରାମର ଡ୍ରେନ ଗୁଡିକ ସଫା ନହେବା କାରଣରୁ ଅଳିଆ ଆବର୍ଜନା, ପାଇଖାନା ମଇଳା ପାଣି ଆସି ପଞ୍ଚାୟତ ସାମନାରେ ଜମା ହେଉଛି। ଫଳରେ ପାଣି ଯିବାରେ ଅସୁବିଧା ହେଉଛି।

ଏହି ବାଟ ଦେଇ ସରପଞ୍ଚ, ସମିତି ସଭ୍ୟା ଓ ପଞ୍ଚାୟତ କର୍ମଚାରୀ ମାନେ ଯିବା ଆସିବା କରୁଛନ୍ତି। କିନ୍ତୁ କେହି ଜଳ ନିଷ୍କାସନ ବ୍ୟବସ୍ଥା କରୁ ନାହାନ୍ତି। ବର୍ଷା ଦିନ ପୂର୍ବରୁ ଡ୍ରେନ ଗୁଡିକ ସଫା କରା ଯାଇ ନଥିବାରୁ ଏହି ସମସ୍ୟା ଦେଖା ଦେଇଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ବ୍ଲକ ଉନ୍ନୟନ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଏହି ଜଳ ନିଷ୍କାସନ ବ୍ୟବସ୍ଥା କରାଇବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।