ମୁଖ୍ୟ ଖବର

ପଞ୍ଚାୟତ ସମିତି ବୈଠକ ଆୟୋଜିତ: ଅନୁଗୁଳ ବ୍ଲକର ବିଭିନ୍ନ ସମସ୍ୟା ନେଇ ସମୀକ୍ଷା କଲେ ବିଧାୟକ

By Angul TV Bureau

August 16, 2024

ଅନୁଗୁଳ: ଅନୁଗୁଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବ୍ଲକ ସମସ୍ୟା ବିଷୟରେ ସମୀକ୍ଷା କରାଯିବା ସହ ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ବଲପୁର ସାଂସଦଙ୍କ ନୋମିନି, ଆଠମଲ୍ଲିକ ବିଧାୟକଙ୍କ ନୋମିନି, ଅନୁଗୁଳ ବିଡିଓ, ବ୍ଲକ ଅଧ୍ୟକ୍ଷ ରାଜଶ୍ରୀ ସାହୁ, ବ୍ଲକ ଉପାଧ୍ୟକ୍ଷ, ବିଦ୍ୟୁତ୍ ବିଭାଗ, ବ୍ଲେଡ କାଏଟା ସମସ୍ତ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଏବଂ ବ୍ଲକ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।