ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଅରହାଟ ଗ୍ରାମ ଶିଖସାହି ସ୍ଥିତ ହାଇସ୍କୁଲ ପଡ଼ିଆରେ ଦୁଇ ଦିନ ଧରି ଚାଲିଥିବା ପଞ୍ଚୁନାଥ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି।
ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ, ପୂର୍ବତନ ସରପଞ୍ଚ ନନ୍ଦନ ସାମଲ ଓ ବିଜେପି ନେତା ଦିଲେଶ୍ଵର ରାଉତ ପ୍ରମୁଖ ଯୋଗଦେଇ କୃତୀ ଦଳଙ୍କୁ ପୁରସ୍କୃତ କରିଥିଲେ।
ପ୍ରତିଯୋଗିତାର ପୁରୁଷ ବିଭାଗରେ କଟକ, ବାରଙ୍ଗ, ଅନୁଗୋଳ, କୁଲାଡ଼, ଡେଲାଙ୍ଗ(ପୁରୀ), ସୁନ୍ଦରଗଡ ଓ ମହିଳା ବିଭାଗରେ କଟକ, ପଟିଆ(ଭୁବନେଶ୍ୱର), ଅନୁଗୁଳ, ଡେଲାଙ୍ଗ ଦଳ ଭାଗ ନେଇଥିଲେ। ପୁରୁଷ ବିଭାଗରେ କଟକ ଚାମ୍ପିୟନ ଓ ବାରଙ୍ଗ ରନର୍ସ ଅପ ହୋଇଥିବା ବେଳେ ମହିଳା ବିଭାଗରେ କଟକ ଚାମ୍ପିୟନ ଓ ପଟିଆ ରନର୍ସ ଅପ ହୋଇଥିଲା।
ଗ୍ରାମର ମୁକୁନ୍ଦ ଗଡ଼ନାୟକ, ସିପୁନ ରିପୁନ, ଦିପୁ ରିଙ୍କୁ, ଜୟଦେବ ଓ ସାନୁ ପ୍ରମୁଖ ସହଯୋଗ କରିଥିଲେ।