ମୁଖ୍ୟ ଖବର

ତାଳଚେରରେ ପୁଣି ବିଜେପିକୁ ଟାର୍ଗେଟ କଲେ ପାଣ୍ଡିଆନ: କହିଲେ – କୋଇଲା ଟଙ୍କା ୨୭ ହଜାର କୋଟିରୁ ଓଡ଼ିଶାକୁ ମିଳୁଛି ମାତ୍ର ୪,୫୦୦ କୋଟି

By Angul TV Bureau

May 13, 2024

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଆଜି ମାରାଥନ୍ ପ୍ରଚାର କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ୍। ପ୍ରଥମେ ପାଳଲହଡ଼ା ପରେ ସନ୍ଧ୍ୟାରେ ତାଳଚେରରେ ମଧ୍ୟ ସେ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ।

ବିଜେଡିର ଷ୍ଟାର ପ୍ରଚାରକ ପାଣ୍ଡିଆନ୍ ଏ ଅବସରରେ ଲୋକଙ୍କୁ ପ୍ରଶ୍ନ କରିଥିଲେ ଯେ ମା’ ହିଙ୍ଗୁଳା ମନ୍ଦିରକୁ ୧୬ କୋଟି କିଏ ଦେଇଛନ୍ତି? ଏହି ମାଟିର ପୁଅ କେନ୍ଦ୍ରମନ୍ତ୍ରୀ କୋଇଲା ରୟାଲ୍ଟି ନେଇ ମିଛ ପ୍ରତିଶ୍ରୁତି ଦେଉଛନ୍ତି।

ମୁଁ ତଥ୍ୟ ଦେଉଛି…ଗତବର୍ଷ ଏମସିଏଲ ୨୭ ହଜାର ୭୫୦ କୋଟି ଟଙ୍କା ପାଇଛି କିନ୍ତୁ ଓଡ଼ିଶାକୁ ମିଳିଛିି ମାତ୍ର ୪ ହଜାର ୫୦୦ କୋଟି ଟଙ୍କା। ଏହି ମାଟିରୁ ପାଣି ପବନ କୋଇଲା ସବୁ ନେଉଛନ୍ତି କିନ୍ତୁ ଆମକୁ ମାତ୍ର ୪ ହଜାର ୫୦୦ କୋଟି ଦେଉଛନ୍ତି । ୨୦୦୪ରୁ ଯଦି ହିସାବ କରିବା ଏବେ ଯାଏଁ ଆମେ ୧୦ ହଜାର କୋଟି ଟଙ୍କା ଏବଂ ଡିଏମଏଫକୁ ମିଶାଇଲେ ୧୨ ହଜାର କୋଟି ଟଙ୍କା ଲାଭ ପାଇବା । କିନ୍ତୁ ଆମ ତାଳଚେର, ଅନୁଗୁଳ କୋଇଲା ଟଙ୍କା କେବଳ କମ୍ପାନୀ ଲାଭ ପାଉଛି, ତା’ହେଲେ କୋଇଲା ଟଙ୍କା ଖାଉଛି କିଏ, ଯାଉଛି କୁଆଡେ? ଏହି କଥା କେନ୍ଦ୍ରମନ୍ତ୍ରୀଙ୍କୁ ପଚାରିଲେ ମାନ୍ୟବର ମନ୍ତ୍ରୀ ରାଗୁଛନ୍ତି ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅସମ୍ମାନ କରୁଛନ୍ତି। ତେଣୁ ଆମେ ଏଥର ଆମର ଅଧିକାର ଆଉ ହକ୍ ମାଗିବା ବୋଲି କହିଛନ୍ତି ପାଣ୍ଡିଆନ।

ଏଥିସହ ସେ ଶଙ୍ଖ ଚିହ୍ନକୁ ଜିତାଇବାକୁ ଅନୁରୋଧ କରିଛନ୍ତି।