ମୁଖ୍ୟ ଖବର

ପୁରୀ ଶ୍ରୀ ମନ୍ଦିର ପରିଚାଳନା ସମିତି ସଦସ୍ୟ ହେଲେ ପଣ୍ଡିତ ମହେଶ ସାହୁ

By Angul TV Bureau

August 26, 2025

ଅନୁଗୁଳ: ଅନୁଗୁଳ ଜିଲା ବନ୍ତଳା ଅଞ୍ଚଳର ଜଣେ ବିଦ୍ୱାନ ବାଗ୍ମୀ ପଣ୍ଡିତ ଭାବେ ସୁପରିଚିତ ମହେଶ ସାହୁ ପୁରୀ ଶ୍ରୀ ମନ୍ଦିର ପରିଚାଳନା ସମିତିର ସଦସ୍ୟ ଭାବେ ମନୋନୀତ ହୋଇଥିବା ଜଣାପଡିଛି। ସୂଚନା ଯେ ଶ୍ରୀ ସାହୁ ବର୍ତ୍ତମାନ ବିଶ୍ୱ ହିନ୍ଦୁ ପରିଷଦର ଓଡିଶା ପ୍ରାନ୍ତର ସମ୍ପାଦକ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ସନାତନ ଧର୍ମ ଓ ଜଗନ୍ନାଥ ସଂସ୍କୃତି ଗବେଷକ ଓ ପ୍ରଚାର ପ୍ରସାରରେ ସେ ଦୀର୍ଘବର୍ଷ ହେବ କାମ କରିଆସୁଛନ୍ତି। ଏପରିକି ଅନେକ ସମୟରେ ସେ ନିଜର ଈଶ୍ୱରୀୟ କଥାବସ୍ତୁକୁ ପ୍ରବଚନ ମାଧ୍ୟମରେ ଲୋକଙ୍କ ଆଗରେ ରଖିଥାନ୍ତି।

ଶ୍ରୀ ମନ୍ଦିର ଇତିହାସରେ ପ୍ରଥମ କରି ପୁରୀ ବାହାରୁ ଦୁଇଜଣ ବ୍ୟକ୍ତି ବିଶେଷଙ୍କୁ ସରକାର ଶ୍ରୀ ମନ୍ଦିର ପରିଚାଳନା ସମିତିର ସଦସ୍ୟ ଭାବେ ମନୋନୀତ କରିଛନ୍ତି। ଏଥି ମଧ୍ୟରେ ପୂର୍ବତନ ରାଜ୍ୟପାଳ ଶ୍ରୀଯୁକ୍ତ ଗିରିସ ମୁର୍ମୁ ଏବଂ ପଣ୍ଡିତ ମହେଶ ସାହୁ ରହିଛନ୍ତି। ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରୁ ପ୍ରଥମ କରି ଶ୍ରୀ ସାହୁ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିବା ବେଳେ ଅଞ୍ଚଳରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଥିବା ଜଣାପଡ଼ିଛି। ଆଗାମୀ ୩ ବର୍ଷ ପାଇଁ ଏହି ସମିତି ଶ୍ରୀମନ୍ଦିରର ସମସ୍ତ କାର୍ଯ୍ୟକ୍ରମ ନୀତିନିର୍ଘଣ୍ଟ ପାଇଁ କାର୍ଯ୍ୟ କରିବ।