ଅନ୍ୟାନ୍ୟ

ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷପାଳନ, ୨ ସଚେତନତା ରଥର ଶୁଭାରମ୍ଭ

By Angul TV Bureau

February 01, 2023

ଅନୁଗୁଳ: ଚଳିତ ମାସ ୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଅନୁଗୁଳର ସମସ୍ତ ବ୍ଲକ୍ ଅନୁଗୁଳ, ବଅଁରପାଳ, ତାଳଚେର, କଣିହାଁ, ପାଳଲହଡା, ଛେଣ୍ଡିପଦା, କିଶୋରନଗର ଓ ଆଠମଲ୍ଲିକର ସବୁ ଚାଷୀଙ୍କୁ ସଚେତନ କରାଯାଇଛି,

ଏ ଅବସରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ମାର୍ଗଦର୍ଶନରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ପତାକା ଦେଖାଇ ୨ଟି ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷୀଙ୍କୁ ଉନ୍ନତ ଚାଷ, ପାଣି ପରିଚାଳନା, କେନାଲର ଉପର ମୁଣ୍ଡରେ ପାଣିର ଅପଚୟକୁ ରୋକିବା, ପାଣିର ସଦୁପଯୋଗ, ଆବଶ୍ୟକୀୟ ରକ୍ଷଣାବେକ୍ଷଣ ନିମନ୍ତେ ଜଳସେଚନ ବିଭାଗ ସହିତ ସହଭାଗୀ ହେବା ପାଇଁ ସଚେତନ କରିବ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପାଣିପଞ୍ଚାୟତର କର୍ମକର୍ତ୍ତା, ଜଳସେଚନ ବିଭାଗ, କ୍ଷୁଦ୍ର ଜଳସେଚନ, ଉଠାଜଳସେଚନ, ୱାଟର ସେଡ୍, ଉଦ୍ୟାନ କୃଷି ବିଭାଗ, କୃଷି ବିଭାଗ, ମତ୍ସ୍ୟ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।