ମୁଖ୍ୟ ଖବର

ପାଣି ପଞ୍ଚାୟତ ପକ୍ଷ ପାଳିତ: ୩୦ ତାରିଖ ଯାଏଁ ଚାଲିବ

By Angul TV Bureau

January 16, 2024

ଅନୁଗୁଳ: ଆଜି ଠାରୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ଜଳ ସମ୍ପଦ ବିଭାଗ ତରଫରୁ ଆଜି ପାଳିତ ହୋଇଛି। ଏ ଅବସରରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ପାଣି ପଞ୍ଚାୟତ ରଥକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଅନୁଗୁଳ ଜିଲ୍ଲାର ସମସ୍ତ ବୃହତ, ମଧ୍ୟମ, କ୍ଷୁଦ୍ର ଓ ଉଠାଜଳସେଚନ ପ୍ରକଳ୍ପ ଏବଂ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ମୁଖ୍ୟାଳୟକୁ ଭ୍ରମଣ କରି ପାଣି ପଞ୍ଚାୟତର ଆଭିମୁଖ୍ୟ ପ୍ରଚାର ପ୍ରସାର କରିବ। ପାଣି ପଞ୍ଚାୟତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନ୍ୟାୟ ସଙ୍ଗୀତ ଓ ସମାନତା ଭିତ୍ତିରେ ବିଭିନ୍ନ ଜଳ ବ୍ୟବହାରକାରୀଙ୍କ ମଧ୍ୟରେ ଜଳ ବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା, ସଂରକ୍ଷିତ ଜଳକୁ ପୁନଃବ୍ୟବହାର କରିବା ଏବଂ ଅଧିକ ଫସଲ ଉତ୍ପାଦନ କରିବା ଆଦି ନେଇ ସଚେତନତା ସୃଷ୍ଟି କରିବା।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଅନୁଗୁଳ ଜଳସେଚନ ମଣ୍ଡଳ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଉପ-ନିର୍ଦ୍ଦେଶକ ଉଦ୍ୟାନ, ଅଧ୍ୟକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।