ଅନୁଗୁଳ: ଜଳର ସୁପରିଚାଳନା ଓ ସୁବିନିଯୋଗ ପାଇଁଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ପାଳିତ ହେଉଛି ପାଣି ପଞ୍ଚାୟତ ପକ୍ଷ। ଏ ଅବସରରେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ବାହାରିଛି ସଚେତନତା ରଥ। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଚଳିତ ମାସ ଜିଲ୍ଲାର ସମସ୍ତ ବ୍ଲକ୍ ମୁଖ୍ୟାଳୟ ସହିତ ଅନ୍ୟାନ୍ୟ ଜଳସେଚନ ବିଭାଜନ ବୁଲି ଲୋକଙ୍କୁ ସଚେତନ କରାଇବ।
ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜଳସେଚନ ବିଭାଗର କର୍ମଚାରୀ, ପାଣି ପଞ୍ଚାୟତର ସଦସ୍ୟ, ଉଠାଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଜନର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।