ଅନୁଗୁଳ: ଅନୁଗୁଳ ମଦନମୋହନ ପଡ଼ାର ଏକ ପୋଖରୀରେ ଜଣେ ନିଶାଖୋର ବୁଡି ଯାଉଥିବାବେଳେ ସ୍ଥାନୀୟ ବାସିନ୍ଦା ତାକୁ ଉଦ୍ଧାର କରିଛନ୍ତି। ଢେଙ୍କାନାଳ ସାଆନ୍ଦା ଅଞ୍ଚଳର ଅଶୋକ ନାଏକ(୪୦) ଅନୁଗୁଳରେ ସେ ମୂଲ ମଜୁରୀ କରି ଚଳନ୍ତି। ସେ ମଙ୍ଗଳବାର ଅପରାହ୍ନରେ ନିଶାଖାଇ ପୋଖରୀରେ ଗାଧୋଇବାକୁ ଯାଇଥିଲେ। ମାତ୍ରାଧିକ ନିଶା ଯୋଗୁଁ ସେ ପାଣିରୁ ଉଠିପାରିନଥିଲେ। ପାଣିରେ ପଡ଼ି ଉବୁଟୁବୁ ହେଉଥିବାବେଳେ ସାହିର କିଛି ଯୁବକ ଦେଖି ଅଶୋକକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଡାକ୍ତରଖାନା ପଠାଇଥିଲେ। ସେ ଏବେ ସୁସ୍ଥ ଥିବା ଜଣା ପଡିଛି ।