ଘଟଣା ଓ ଦୁର୍ଘଟଣା

ଖମାର ବନାଞ୍ଚଳ ଅଧିକାରୀଙ୍କ ମାଡ଼ରେ ପାରା ଫରେଷ୍ଟ ଗାର୍ଡ ଆହତ

By Angul TV Bureau

January 17, 2023

ପାଳଲହଡା: ସୋମବାର ଅପରାହ୍ନରେ ଖମାର ବନାଞ୍ଚଳରେ କାର୍ଯ୍ୟରତ ପାରା ଫରେଷ୍ଟ ଗାର୍ଡଙ୍କୁ ବନାଞ୍ଚଳ ଅଧିକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ପାରା ଫରେଷ୍ଟଗାର୍ଡ ସୁଶାନ୍ତ କୁମାର ବେହେରା(୪୦) ଙ୍କୁ ବନାଞ୍ଚଳ ଅଧିକାରୀ ଚନ୍ଦ୍ର ଶେଖର ଗଡ଼ନାୟକ ମାଡ଼ ମାରିଥିବା ନେଇ ସୁଶାନ୍ତଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ତାଙ୍କ କହିବାନୁଯାୟୀ, ସୋମବାର ଅପରାହ୍ନରେ ସୁଶାନ୍ତ ବନାଞ୍ଚଳ ଅଧିକାରୀଙ୍କ ଗୃହରେ ଥିବା ବେଳେ ଚିତ୍କାର କରି ତଳେ ପଡି ଚେତାଶୂନ୍ୟ ହୋଇପଡ଼ିଥିଲେ। ସେଠାରେ ଉପସ୍ଥିତ କିଛି କର୍ମଚାରୀ ଏହା ଦେଖି ସୁଶାନ୍ତଙ୍କୁ ପାଣି ମାରି ଚେତା ଆଣିବା ପରେ ୧୦୮ ଆମ୍ବୁଲାନ୍ସ ଡାକି ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସୁଶାନ୍ତ ପାରା ଗାର୍ଡ ହୋଇଥିଲେ ମଧ୍ୟ ବନାଞ୍ଚଳ ଅଧିକାରୀ ତାଙ୍କୁ ରୋଷେଇ କାର୍ଯ୍ୟରେ ନିୟୋଜିତ କରିଥିଲେ। ଆହାତ ସୁଶାନ୍ତ ଅଭିଯୋଗ କରିଛନ୍ତି ଯେ ବନାଞ୍ଚଳ ଅଧିକାରୀ ତାଙ୍କ ଉପରେ ଦୁଇ ଲକ୍ଷ ଟଙ୍କା ଚୋରି କରିଥିବା ନେଇ ଆରୋପ ଲଗାଇବା ସହ କହି ନିସ୍ତୁକ ମାଡ଼ ମାରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ସେ ସୁଶାନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠି ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ଘରକୁ ପଠାଇ ଦେଇଥିଲେ। ଅନ୍ୟପକ୍ଷରେ ବନାଞ୍ଚଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏହାକୁ ଭିତ୍ତିହୀନ କହି ଏଡ଼ାଇ ଦେଇଛନ୍ତି।