ଅନ୍ୟାନ୍ୟ

ଅନୁଗୁଳରେ ପରାକ୍ରମ ଶୋଭାଯାତ୍ରା: ଲୋକଙ୍କ ମନରେ ଉତ୍ସାହ

By Biswaranjan Pattnaik

May 16, 2025

ଅନୁଗୁଳ: ଅପରେସନ ସିନ୍ଦୂର ମାଧ୍ୟମରେ ଭାରତ ଯେଭଳି ଢଙ୍ଗରେ ପାକିସ୍ଥାନକୁ ସବକ ଶିଖାଇଲା, ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ଧ୍ଵଂସ କଲା ସେଥିରେ ପାକିସ୍ଥାନ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲା। ଭାରତର ଏହି ବିଜୟରେ ମୁଖ୍ୟ ବିନ୍ଧାଣି ଥିଲେ ତିନି ସେନା।ଭାରତର ଏହି ବୀର ଯବାନଙ୍କୁ ସମର୍ଥନ ଓ ଉତ୍ସାହ ଦେବାପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ପରାକ୍ରମ ଶୋଭାଯାତ୍ରା ଆୟୋଜନ କରାଯାଉଛି।

ଗୁରୁବାର ଅନୁଗୁଳରେ ଏକ ବାଇକ୍ ରାଲି ଜରିଆରେ ଜନ ସାଧାରଣ ସେନାକୁ ସେମାନଙ୍କ  ଶ୍ରଦ୍ଧା ଓ ସମ୍ମାନ ବ୍ୟକ୍ତ କରିଥିଲେ।ଅନୁଗୁଳ ଜିଲ୍ଲା ପ୍ରଶାସନ ସହଯୋଗରେ ସଭାଘର ଠାରୁ ଏକ ବାଇକ୍ ରାଲି  ବାହାରି ଥିଲା।ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ପତାକା ଦେଖାଇ ଏହି ରାଲିିର ଶୁଭାରମ୍ଭ କରିଥିଲେ।ପୂର୍ବତନ ସୈନିକ ସଂଘର ସଭାପତି ତଥା ସୁବେଦାର ମେଜର ଅନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ୫୦ରୁ ଅଧିକ ସଦସ୍ୟ ରାଲିରେ ଅଂଶ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅଵବ୍ଦାଲ୍ ଏମ ଅଖତାର , ନଗରପାଳ ଅକ୍ଷୟ ସାମନ୍ତ, ଏଡିଏମ୍ ପ୍ରତାପ ପ୍ରିତୀମୟ,ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ,ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ, ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ଅମରେଶ ସ୍ୱାଇଁ ଏବଂ ତାଙ୍କ କର୍ମକର୍ତ୍ତା,ଏନସିସି କ୍ୟାଡେଟ,ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଜୟଜିତ୍ ଧଳଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଶୋଭାଯାତ୍ରା ନଗର ପରିକ୍ରମା କଲାବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ବେଶ ଉତ୍ସାହିତ କରିଥିଲେ।