ଅନ୍ୟାନ୍ୟ

ତଳମୂଳରେ ପରାକ୍ରମ ଶୋଭାଯାତ୍ରା

By Angul TV Bureau

May 27, 2025

ଅନୁଗୁଳ: ଅପରେସନ ସିନ୍ଦୂରର ସଫଳତା କାମନା କରି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ତଳମୂଳରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ଦୁର୍ଗାମାଧବ ମନ୍ଦିରରୁ ବାହାରି ତଳମୂଳ ଗ୍ରାମ ସମେତ ବଜାର ପରିକ୍ରମା କରିଥିଲା। ପରେ ଶନିଶ୍ଚରଙ୍କ ମନ୍ଦିର ନିକଟରେ ଶୋଭାଯାତ୍ରା ଶେଷ ହୋଇଥିଲା।

ଏଥିରେ ଯୋଗଦେଇଥିବା ବିଶିଷ୍ଠ ବ୍ୟକ୍ତିମାନେ ଅପରେସନ ସିନ୍ଦୂରରେ ଭାରତୀୟ ସେନାର ଅସମୀ ବଳିଦାନ ସବୁଦିନ ପାଇଁ ମନେ ରହିବ। ଅପରେସନ ସିନ୍ଦୂର ଜରିଆରେ ଭାରତର ପରାକ୍ରମ ସାରା ବିଶ୍ବ ଦେଖିଲା। ଏହି ଅପରେସନରେ ଭାରତୀୟ ଯବାନ ମାନେ ନିଜର ପରାକାଷ୍ଟା ପ୍ରଦର୍ଶନ କରିଛନ୍ତି। ଏହି ଅପରେସନରେ ଭାରତୀୟ ଯବାନ ମାନେ ଆତଙ୍କବାଦୀଙ୍କ ଆଡ୍ଡା ଓ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନୀ ତତ୍ତ୍ବ ଉପରେ ପ୍ରହାର କରି ଉଚିତ ଜବାବ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ। 

କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭ୍ୟା ମୀରା ଗଡ଼ନାୟକ, ମହୀଧରପୁର ବିଜେପି ସଭାପତି ରାଧାକାନ୍ତ ପଟ୍ଟନାୟକ, ତଳମୂଳ ବିଜେପି ସଭାପତି ଅଜିତ କୁାର ସାହୁ, ତଳମୂଳ ଶାସନ ସଭାପତି ସୁଧିର ତ୍ରିପାଠୀ, ପୂର୍ବତନ ସୈନିକ ଅଜିତ ଜେନା, ସମିତିସଭ୍ୟା ଅମ୍ରିତା ଜେନା, ବିଜେୱାଇଏମ୍‌ ମହୀଧରପୁର ସଭାପତି ହିମାଂଶୁ ସାମଲ, ପୂର୍ବତନ ସୈନିକ ପୂର୍ଣ୍ଣଚନ୍ଦ୍ର ପରିଡ଼ା, ମହୀଧରପୁର ସମିତିସଭ୍ୟ ସୁବାସ ଜେନା, ରାହାଶ ଦାଶ, ଜିତେନ ତ୍ରିପାଠୀ, ମାଧବ ମହାପାତ୍ର, ପ୍ରଦୀପ ପଟ୍ଟନାୟକ, ଲିଟୁ ଦାସ, ସତ୍ୟପ୍ରିୟ ବିଶୋଇସିଂହ,  ସୈନିକ ସିଲୁ ଦାସ, ରଞ୍ଜିତ ଦାସ, ଦିପୁନ ସାହୁ, ତନୁଜା ମୁଦୁଲି, ସୈନିକ ପ୍ରବେଶ ନାଥ, ଫୁଲପଡ଼ା ସଭାପତି ଯୋଗେଶ୍ବର ଗଡ଼ନାୟକ, ସିପୁ ସାହୁ ଓ ମହେନ୍ଦ୍ର ମହାଲିକ ପ୍ରମୁଖ ଯୋଗ ଦେଇଥିଲେ।