ଘଟଣା ଓ ଦୁର୍ଘଟଣା

ଗୃହିଣୀଙ୍କ ପରଟାରେ ଜଗନ୍ନାଥ! ଅଲୌକିକ ଘଟଣା ଦେଖିବାକୁ ଲୋକଙ୍କ ଭିଡ଼

By Biswaranjan Pattnaik

October 31, 2023

ଅନୁଗୁଳ: କଥାରେ ଅଛି ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର। ଆମ ପରମ୍ପରାରେ ଗୋଡ଼ି,ପଥର,ଶିଳା,ଫୁଲ,ନିମ୍ବ ଗଛ ଏସବୁରେ ବେଳେବେଳେ ଏମତି କିଛି ଘଟେ ଲୋକେ ସେଶବୁରେ ଈଶ୍ବରଙ୍କ ସାନିଧ୍ୟ ପାଇଥାନ୍ତି ଗତକାଲି ରାତିରେ ସ୍ଥାନୀୟ ରାଣୀଗୋଡା ଗ୍ରାମ ଗୋପାଳ ସାହିରେ ରହୁଥିବା ଗଗନ ସାସମଲଙ୍କ ପତ୍ନୀ ରୋଷେଇରେ ପରଟା ତିଆରି କରୁଥିଲେ। ପରଟା କରୁକରୁ ହଠାତ୍ ସେଥିରେ ଜଗନ୍ନାଥଙ୍କ ଚକା ଆଖି ଭାସି ଉଠିଲା। ଈଶ୍ୱର ପ୍ରେମୀ ଗଗନଙ୍କ ପତ୍ନୀ ରଞ୍ଜିତା ଏହା ଦେଖି ଭାବରେ ବିହ୍ୱଳ ହେବା ସହ ପରିବାରର ଅନ୍ୟମାନଙ୍କୁ ଡାକ ପକାଇ ଥିଲେ।ଚାହୁଁ ଚାହୁଁ କଥା ଚାରିଆଡ଼େ ପ୍ରଘଟ ହୋଇଯାଇଥିଲା। ଶେଷରେ ନନାଙ୍କୁ ଡକା ଯାଇଥିଲା ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା।ଏବେ ଏହି ଅଲୌକିକ ଘଟଣା ଦେଖିବାକୁ ଗଗନଙ୍କ ଘରକୁ ଗାଁ ଲୋକଙ୍କ ସୁଅ ଛୁଟୁଛି।