ମୁଖ୍ୟ ଖବର

ପାର୍କିଙ୍ଗ ଫି ବିବାଦ, ହଇରାଣ କଲେ ରାଜ୍ୟବ୍ୟାପୀ ଚକା ବନ୍ଦ ହେବ: ବସ ମାଲିକ ସଂଘ

By Biswaranjan Pattnaik

April 03, 2023

ଅନୁଗୁଳ: ଅନୁଗୁଳରେ ପିପିପି ମୋଡ଼ରେ ହୋଇଥିବା ନୂଆ ବସ ଷ୍ଟାଣ୍ଡକୁ ଉଠେଇବା ପାଇଁ ପାର୍କିଙ୍ଗ ଫି କଣ୍ଟା ସାଜିଛି। ଆଜି ପୌର ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ଚାମ୍ବରରେ ଆୟୋଜିତ ବୈଠକରେ ଅନୁଗୁଳ ବସ ମାଲିକ ସଂଘର କର୍ମକର୍ତା,ଆର୍ଟିଓ,ରାଜ୍ୟ ସଂଘ ର ସଂପାଦକ ଦେବେନ୍ଦ୍ର ସାହୁ,ଅନୁଗୁଳ,କଟକ,ଢେଙ୍କାନାଳ ଜିଲ୍ଲା ବସ ମାଲିକ ସଂଘର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। ସଂଘ ପକ୍ଷରୁ ଅତି ବେଶୀରେ ବସ ପିଛା ୫୦ ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା। ବସ ଟର୍ମିନାଲ ପକ୍ଷ ଏଥିରେ ରାଜି ହୋଇନଥିଲେ। ସେମାନେ ଅତି କମରେ ୧୫୦ ଟଙ୍କା ଚାହୁଁ ଥିବାବେଳେ ବୈଠକରେ ଏହାର ସମାଧାନ ହୋଇ ପାରି ନଥିଲା। ସଂଘ ସଭାପତି ମାନସ ସାମଲ ଏଟିଭିକୁ କହିଛନ୍ତି ଯଦି ଆମ ଆଶଙ୍କା ମୁତାବକ ମାଲିକ ମାନଙ୍କୁ କୌଣସି ପ୍ରକାର ହଇରାଣ କରନ୍ତି ତେବେ ରାଜ୍ୟ ବ୍ୟାପି ଚକା ବନ୍ଦ ଆନ୍ଦୋଳନ କରାଯିବ। ତେବେ ଏ କ୍ଷେତ୍ରରେ ପ୍ରଶାସନ କି ନିଷ୍ପତି ନେଉଛି ତା ଉପରେ ସମସ୍ତଙ୍କ ନଜର ରହିବ।