ଅନୁଗୁଳ: ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ସର୍ବଦା ଦୁର୍ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ସମୟରେ ରାସ୍ତା ସଂକୀର୍ଣ୍ଣ ହୋଇଯାଉଥିବା କାରଣରୁ ଅନେକ ସମୟରେ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି। ଅନୁଗୁଳ ସହର ଠାରୁ କାଣ୍ଡସର, ନାଲକୋ, କୁଲାଡ଼ ଦେଇ ବଅଁରପାଳ ଆଡକୁ ଯାଇଥିବା ରାସ୍ତା ପାର୍ଶ୍ଵରେ ବହୁ ଗ୍ୟାରେଜ ଓ କାର ସୋ’ ରୁମ ଖୋଲାଯାଇଛି।
ଏହି ସୋ’ ରୁମ ମଧ୍ୟରୁ କେତେକ ରାସ୍ତା ଉପରେ ଗାଡି ପାର୍କିଂ କରୁଥିବା ଦେଖାଯାଇଛି। ଯାହା ଫଳରେ ରାସ୍ତା ଗୁଡିକ ସଂକୀର୍ଣ୍ଣ ହୋଇଯାଉଛି। ରାସ୍ତା ଉପରେ ଗାଡି ପାର୍କିଂ କାରଣରୁ ଏହି ଅଞ୍ଚଳରେ ଦୁର୍ଘଟଣା ବୃଦ୍ଧି ପାଉଛି। ଯାହା ଫଳରେ ବହୁ ନିରୀହ ଲୋକେ ପ୍ରାଣ ହରାଉଛନ୍ତି। ଜିଲ୍ଲା ପ୍ରଶାସନ ଏଥପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।