ମୁଖ୍ୟ ଖବର

ମନେ ପଡ଼ିଲା ଦେଶ ବିଭାଜନର ଭୟାବହତା… ଅନୁଗୁଳ ଜିଲ୍ଲା ଡାକଘରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

By Angul TV Bureau

August 14, 2024

ଅନୁଗୁଳ: ଭାରତୀୟ ଡାକ ବିଭାଗ ତରଫରୁ ଆଜି କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ବିଭାଜନ ବିଭୀଷିକା ସ୍ମୃତି ଦିବସ ( Partition Horror Remembrance Day) ଅନୁଗୁଳ ପ୍ରଧାନ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏବଂ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଫିତା କାଟି ଉଦଘାଟନ କରିଥିଲେ। ଏ ଅବସରରେ ବିଭାଜନରେ ପ୍ରଭାବିତ ହୋଇଥିବା ତଥା କଷ୍ଟ ପାଇଥିବା ଲୋକଙ୍କ ସାହସକୁ ସ୍ମରଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ନୀଳମଣି ଜାନି, ସହକାରୀ ଡାକ ଅଧୀକ୍ଷକ ମମତା ପଣ୍ଡା, ଡାକପାଳ, ପ୍ରଧାନ ଡାକଘର ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ପୋଷ୍ଟ ଫୋରମ୍ ସଦସ୍ୟ ସରୋଜ କୁମାର ପାଣିଗ୍ରାହୀ, ବ୍ୟବସାୟିକ ଅଧିକାରୀ ସୁଜିତ୍ କୁମାର ଦେହୁରୀ ପ୍ରମୁଖ ପରିଚାଳନାରେ ସାହାଯ୍ୟ କରିଥିଲେ।