ମୁଖ୍ୟ ଖବର

ଏପ୍ରିଲ ୭ରୁ ନୂତନ ବସ୍ ଟର୍ମିନାଲରେ ପାର୍କିଂ ହେବ ଯାତ୍ରୀବାହୀ ଗାଡ଼ି, ଜିଲ୍ଲାପାଳ ଦେଲେ କଡ଼ା ନିର୍ଦ୍ଦେଶ

By Angul TV Bureau

April 04, 2023

ଅନୁଗୁଳ: ମୋଟର ଯାନ ଆଇନ୍ ୧୯୮୮ର ପରିଚ୍ଛେଦ ୧୧୭ ଏବଂ ଓଡ଼ିଶା ମୋଟର ଯାନ ଆଇନ୍ ୧୯୭୬ର ଧାରା ୧୭୩ ଅନୁଯାୟୀ ଯାତ୍ରୀ ପରିବହନ କରୁଥିବା ସମସ୍ତ ଗାଡି ଏପ୍ରିଲ ୭ ଠାରୁ ୱାର୍ଡ ନମ୍ବର ୧୫ ତମ୍ରିତ କଲୋନୀସ୍ଥିତ ନୂତନ ବସ୍ ଟର୍ମିନାଲରେ ପାର୍କିଂ କରାଯିବ ବୋଲି ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୭ ତାରିଖ ପରଠାରୁ କୌଣସି ଗାଡି ଉପରିସ୍ଥ ଜାଗା ବ୍ୟତୀତ ଅନ୍ୟ ଜାଗାରେ ପାର୍କିଂ କରିପାରିବେ ନାହିଁ। ଏହି ନିୟମକୁ ନ ମାନିଲେ ମୋଟର ଯାନ ଆଇନ୍ ୧୯୮୮ର ଧାରା ୧୯୨(କ) ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।