ଅନ୍ୟାନ୍ୟ

ପ୍ରାଣୀ ଚିକିତ୍ସକ ଡାକ୍ତର ସୁଶୀଳ କୁମାର ମିଶ୍ରଙ୍କ ପରଲୋକ

By Angul TV Bureau

November 04, 2026

ଅନୁଗୋଳ: ଅନୁଗୋଳ ତାମ୍ରିତ୍ କଲୋନୀ ନିକଟସ୍ଥ ଶୀତଲ୍ ବିହାରର ବାସିନ୍ଦା ତଥା ପୂର୍ବତନ ପ୍ରାଣୀ ଚିକିତ୍ସକ ଡାକ୍ତର ସୁଶୀଳ କୁମାର ମିଶ୍ରଙ୍କର ଗତ ୩ ନଭେମ୍ବର ୨୦୨୬ରେ ପରଲୋକ ହୋଇଛି। ସେ ଅନୁଗୋଳ ସରକାରୀ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଦୀର୍ଘଦିନ ଧରି ପ୍ରାଣୀ ଚିକିତ୍ସକ ଭାବେ କାର୍ଯ୍ୟ କରିଥିଲେ। ଏଥିସହ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଭାପତି ଭାବେ ମଧ୍ୟ ଦୀର୍ଘ ବର୍ଷ ଧରି ଦାୟିତ୍ୱ ତୁଲାଇଥିଲେ।

ତାଙ୍କ ବିୟୋଗ ଖବର ପାଇ ଅନୁଗୋଳ ମାତୃ ନିକେତନ ଓ ଶ୍ରୀଅରବିନ୍ଦ ଆଶ୍ରମ ପରିସରରେ ଶିକ୍ଷାକେନ୍ଦ୍ରର ସଦସ୍ୟ ଓ ଛାତ୍ରଛାତ୍ରୀମାନେ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ ଓ ମାତୃ ବନ୍ଦନା ଗାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାମ୍ରିତ୍ କଲୋନୀର ବ୍ୟବସାୟୀ ଓ ଅନୁଗୋଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ତାଙ୍କର ଶେଷ ଦର୍ଶନ କରି ଶୋକବ୍ୟକ୍ତ କରିଥିଲେ।

ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ମୃତ୍ୟୁ ସମୟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।