ମୁଖ୍ୟ ଖବର

ଅନୁଗୁଳ ଡାକ୍ତରଖାନା: ସୁରକ୍ଷା ଢିଲା ମେଲ ୱାର୍ଡରୁ ରୋଗୀ ଗାଏବ

By Biswaranjan Pattnaik

October 16, 2022

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଦିନ ଏଗାରଟା ବେଳେ ମେଲ ମେଡ଼ିସିନ ୱାର୍ଡରୁ ଜଣେ ରୋଗୀ ଫେରାର ହୋଇଯାଇଥିବା ଜଣା ପଡ଼ିଛି।

ସୂଚନା ଯେ, କଣିହା ପଥର ମୁଣ୍ଡା ଅଞ୍ଚଳର କୁଶଧ୍ୱଜ ସାହୁ(୩୮) ମୁଣ୍ଡ ଦୋଷରେ ପୀଡିତ ହୋଇ ଗତ ଶନିବାର ଅନୁଗୁଳ ମେଲ ୱାର୍ଡରେ ଭର୍ତି ହୋଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ଆଜି ସାଢ଼େ ଦଶଟା ଯାଏଁ ରୋଗୀ ୱାର୍ଡରେ ଥିଲା। ଏତିକି ବେଳେ ସେହି ୱାର୍ଡରେ ଅନ୍ୟ ଏକ ରୋଗୀର ମୃତ୍ୟୁ ହେବାରୁ ସେଠାରେ କାନ୍ଦ ବୋବାଳି ଯୋଗୁଁ ସାମାନ୍ୟ ଭିଡ ହୋଇଥିଲା। ଏଇ ସୁଯୋଗରେ କୁଶଧ୍ୱଜ କୁଆଡେ ପଳାଇଥିଲେ। ବହୁ ଖୋଜା ଖୋଜି ପରେ ମଧ୍ୟ ରୋଗୀର ପତ୍ତା ମିଳିନାହିଁ ।

ଗତ ଚାରିମାସ ମଧ୍ୟରେ ୱାର୍ଡରୁ ରୋଗୀ ପଳାଇବା ଏହା ତୃତୀୟ ଘଟଣା। ୱାର୍ଡରେ ଦୁଇ ଦୁଇ ଜଣ ସିକ୍ୟୁରୀଟି ଗାର୍ଡ ଏବଂ ଓ ଆଇପିଡ଼ି କୋଠା ଦାୟିତ୍ୱରେ ଦୁଇ ଦୁଇ ଜଣ ସୁପରଭାଇଜର ଥିଲେ ମଧ୍ୟ ରୋଗୀ କିଭଳି ପଳାଇ ଯାଉଛନ୍ତି ତାହା ମେଡିକାଲର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଡିଏମଓ ମେଡିକାଲ ଏହାର ତଦନ୍ତ କରିବାକୁ ରୋଗୀର ଭିଣୋଇ ଧୁଲେଶ୍ବର ସାହୁ ଦାବି କରିଛନ୍ତି ।