ଅନ୍ୟାନ୍ୟ

ଡାକ୍ତରଖାନାରୁ ରୋଗୀ ନିଖୋଜ

By Biswaranjan Pattnaik

August 29, 2021

ଅନୁଗୁଳ: ତିନି ଦିନ ତଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଜଣେ ମହିଳା ରୋଗୀ ନିଖୋଜ ହୋଇଯାଇଥିବା ଜଣାପଡିଛି।ଖଲାରି ଗାଁ ର ସ୍ବର୍ଗତ ବସନ୍ତ ନଏକଙ୍କ ସ୍ତ୍ରୀ ବିଦୁଲତା ନାଏକ ଗତ ୨୬ ତାରିଖ ଅପରାହ୍ନରେ ଗୋଡ଼ରେ ହୋଇଥିବା ଏକ କ୍ଷତର ଡ୍ରେସିଂ କରାଇବାକୁ ଡାକ୍ତରଖାନା ଆସିଥିଲେ। ଏହାପରେ କିନ୍ତୁ ତାଙ୍କର ପତ୍ତା ମିଳିନଥିଲା। ବିଦୁଙ୍କ ଝିଅ ବବିତା ନାଏକ ବହୁ ସ୍ଥାନରେ ଖୋଜାଖୋଜି କରି ମା କୁ ପାଇ ନଥିବା ଜଣାଇଛନ୍ତି।