ମୁଖ୍ୟ ଖବର

ଖରାପ ରାସ୍ତା ଯୋଗୁଁ ରୋଗୀ ହନ୍ତସନ୍ତ: ଆସିପାରିଲାନି ଆମ୍ବୁଲାନ୍ସ, ଶଗଡ଼ରେ ବୁହା ହୋଇ ଗଲେ ହସ୍ପିଟାଲ

By Angul TV Bureau

July 24, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ମାଣିକଯୋଡ଼ି ପଞ୍ଚାୟତ ଅନ୍ତର୍ଗତ ପୋକୁଣ୍ଡା ବୃନ୍ଦାବନ ସାହିରେ ଖରାପ ରାସ୍ତା ଯୋଗୁଁ ଆଜି ଜଣେ ରୋଗୀକୁ ହନ୍ତସନ୍ତ ହେବାକୁ ପଡ଼ିଛି।

ସୂଚନା ଅନୁସାରେ, ଗାଁର ଶ୍ରୀବତ୍ସ ସାହୁ ନାମକ ଜଣେ ୮୦ ବର୍ଷୀୟ ବୃଦ୍ଧ ମଧୁମେହ ରୋଗରେ ପୀଡ଼ିତ ଥିଲେ। ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଡକା ଯାଇଥିଲା। କିନ୍ତୁ ଦୁଇ କିମି ଦୂରରୁ ଆଉ ଆମ୍ବୁଲାନ୍ସ ଯାଇ ପାରି ନଥିଲା। ଫଳରେ ଏକ ଶଗଡ଼ ଗାଡ଼ିରେ ତାଙ୍କୁ ଅଣାଯାଇ ଆମ୍ବୁଲାନ୍ସ ସହାୟତାରେ ଡାକ୍ତରଖାନା ଅଣାଯାଇଥିଲା। ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି।