ମୁଖ୍ୟ ଖବର

ପୂର୍ବତନ ସରପଞ୍ଚଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

By Angul TV Bureau

September 08, 2025

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ପାତ୍ରପଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଯୋଗେଶ୍ୱର ସାହୁଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘ ଦିନ ହେବ ରାଜନୀତି ଓ ସାମାଜିକ କାର୍ଯ୍ୟରେ ସକ୍ରିୟ ଥିବା ଯୋଗେଶ୍ୱର ପଞ୍ଚାୟତରେ ସମିତି ସଭ୍ୟ, ସରପଞ୍ଚ ଏବଂ ଭାଜପା ପଞ୍ଚାୟତ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରି ସମସ୍ତଙ୍କ ପ୍ରିୟପାତ୍ର ହୋଇଥିଲେ।

ଯୋଗେଶ୍ୱର ପ୍ରାୟ ଏକ ମାସ ତଳେ ହଠାତ୍ ଅସୁସ୍ଥ ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପରେ ସେ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଆଜି ତାଙ୍କର ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବରରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।