ଅନ୍ୟାନ୍ୟ

ପବନ ମାଣ୍ଡୋଠିଆ ବିଜେପି ମଣ୍ଡଳ ସଭାପତି

By Biswaranjan Pattnaik

January 06, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲାର ୩୧ ଟି ମଣ୍ଡଳ ମଧ୍ୟରୁ ୨୭ ଟି ବିଜେପି ମଣ୍ଡଳର ସଭାପତି ନିର୍ବାଚନ ସରିଯାଇଛି। ଏଥିନେଇ ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଫଳାଫଳ ଘୋଷଣା କରିଛନ୍ତି। ତଦନୁଯାୟୀ ଅନୁଗୁଳ ପୋୖରାଞ୍ଚଳ ବିଜେପିର ମଣ୍ଡଳ ସଭାପତି ଭାବେ ପବନକାନ୍ତ ମାଣ୍ଡୋ ଠିଆ ମନୋନୀତ ହୋଇଛନ୍ତି। ଜଣେ ଯୁବ ବ୍ୟବସାୟୀ ଭାବେଅନୁଗୁଳ ସହରରେ ସେ ବେଶ ପରିଚିତ। ଏଥି ସହ ସମାଜ ସେବା କରି ସମାଜ କଲ୍ୟାଣ ପ୍ରତି ତାଙ୍କର ରୁଚି ସେ ପ୍ରଦର୍ଶନ କରି ଆସିଛନ୍ତି।