ମୁଖ୍ୟ ଖବର

ପାଳଲହଡ଼ା ଗସ୍ତ କରି କାର୍ଯ୍ୟ ସମୀକ୍ଷା କଲେ ଅନୁଗୁଳ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

By Angul TV Bureau

December 23, 2023

ପାଳଲହଡ଼ା: ଆଜି ଅନୁଗୁଳ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ ସିଂ ପାଲଲହଡା ବ୍ଲକ ଗସ୍ତ କରି ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ପ୍ରଥମେ ଶ୍ରୀ ସିଂ ପେଚାମୁଣ୍ଡି ପଞ୍ଚାୟତ ଗସ୍ତ କରି ଗାଁରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରେ ନିର୍ମାଣାଧୀନ ଶିବ ମନ୍ଦିର ପ୍ରକଳ୍ପ ବୁଲି ଦେଖିଥିଲେ। ପରେ ଗ୍ରାମ ପଞ୍ଚାୟତ ଅଫିସ ପରିଦର୍ଶନ କରି ବ୍ୟାଙ୍କରେ ନେଟ ସଂଯୋଗ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ଥିବା ପ୍ରକଳ୍ପ ବୁଲି ଦେଖିବା ସହିତ ତୁରନ୍ତ କାମ ସାରିବାକୁ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପାଳଲହଡ଼ା ବିଡିଓ, କନିଷ୍ଠ ଯନ୍ତ୍ରୀ ମହେଶ୍ୱର ବେହେରା, ଅନୁସୂୟା ସେଠୀ, ପେଚାମୁଣ୍ଡି ଗ୍ରାମ ପଞ୍ଚାୟତ ସରପଞ୍ଚ ରମେଶ ପ୍ରଧାନ ଉପସ୍ଥିତ ଥିଲେ।