ଅନୁଗୁଳ: ଅନୁଗୁଳ ଲକ୍ଷ୍ମୀ ବଜାର ଭି ୨ ମାର୍କେଟ ସାମନାରେ ଥିବା ନରି ବରା ଦୋକାନ ନିକଟରୁ ଏକ ବାଇକ ଚୋରକୁ ଧରାଯାଇଛି। ବୁଧବାର ସକାଳ ପ୍ରାୟ ୯ ଟା ବେଳେ ନରିଙ୍କ ପୁଅ ରାଜୁ ଦୋକାନ ସାମନାରେ ବାଇକଟି ରଖି ଜଳଖିଆ ଦୋକାନ କାମରେ ବ୍ୟସ୍ତ ଥିବା ବେଳେ ଚୋରଟି ସନ୍ତର୍ପଣରେ ଆସି ବାଇକଟିକୁ ଗଡେଇ ଗଡେଇ ନେଉଥିଲା। ଏହା ଦେଖି ରାଜୁ ପାଟି କରିବା ସହ ଚୋରର ପିଛା କରିଥିଲା। ଚୋର ବାଇକ ଛାଡି ଦଉଡି ପଳାଉଥିବା ବେଳେ ରାଜୁ ତାକୁ ମାଡି ବସିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଥାନାକୁ ନେଇଥିଲା ।