ମୁଖ୍ୟ ଖବର

ମୌଳିକ ସୁବିଧାରୁ ବଞ୍ଚିତ ନାଲକୋ କ୍ଷତିଗ୍ରସ୍ତ: ଜିଜିଏମଙ୍କୁ ୧୦ଦଫା ଦାବିପତ୍ର ଦେଲେ ୩୯ ଗାଁର ଲୋକ

By Angul TV Bureau

August 01, 2025

ଅନୁଗୁଳ: ମୌଳିକ ସୁବିଧାରୁ ବଞ୍ଚିତ ନାଲକୋ କ୍ଷତିଗ୍ରସ୍ତ ୩୯ ଗାଁ ଲୋକ ଗୁରୁବାର ୧୦ ଦଫା ଦାବି ନେଇ ନାଲକୋ ଜିଜିଏମ (ଏଚ ଆଣ୍ଡ ଏ) ଙ୍କୁ ଦାବି ପତ୍ର ଦେଇଛନ୍ତି। ୧୦ ଦଫା ଦାବି ମଧ୍ୟରେ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଜମି କ୍ଷତିଗ୍ରସ୍ତ ପ୍ରଜାଙ୍କୁ ସିଧାସଳଖ ନିଯୁକ୍ତି, ନାଲକୋର ବିଭିନ୍ନ ଉତ୍ପାଦକୁ ସ୍ଥାନୀୟ ଟ୍ରକ ଦ୍ବାରା ପରିବହନ, ଲାଭାଂଶର ୨ ପ୍ରତିଶତ ଅଞ୍ଚଳର ବିକାଶରେ ଉପଯୋଗ କରିବା, ନାଲକୋ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବାରେ ଗ୍ରାମବାସୀଙ୍କୁ ଉନ୍ନତ ସେବା ପ୍ରଦାନ କରିବା ଆଦି ରହିଛି।

ଦାବିପତ୍ର ପ୍ରଦାନ ବେଳେ ୩୯ଟି ଗ୍ରାମର ଗ୍ରାମବାସୀ ଓ ଜନ ପ୍ରତିନିଧି ୨୮ ନଂ ଜିଲ୍ଲା ପରିଷଦ ସଭ୍ୟା ମୀରା ଗଡ଼ନାୟକ, ବଳରାମ ପ୍ରସାଦ ସରପଞ୍ଚ ଜୟନ୍ତୀ ସାହୁ, କୁଲାଡ଼ ସରପଞ୍ଚ ଉଷାରାଣୀ ସାହୁ, ଭୋଗ ବେରଣୀ ସରପଞ୍ଚ ଚାପ ଲୀନ ସାହୁ, କୁରୁଡୋଲ ସରପଞ୍ଚ ଦିବାକର ମହାଳିକ, ବିଜେପି ନେତା ଅନୀଲ କୁମାର ବେହେରା, ଅମିୟ ତ୍ରିପାଠୀ, ପ୍ରତ୍ୟୁଷ ପଣ୍ଡା, ସୁଶୀଲ ବିଶୋଇ, ମୁକେଶ ଜେନା, ତପନ ସାମନ୍ତ ସିଂ, ବାବୁଲି ସ୍ଵାଇଁ, ବିକାଶ କୁମାର ସାହୁ, ବିକାଶ ସାମଲ, ସୁବ୍ରତ ସାହୁ, ଦୟାନିଧି ସାମଲ, ବାପି ପ୍ରଧାନ ପ୍ରମୁଖ ୨ଶହ ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଉପସ୍ଥିତ ଥିଲେ।