ମୁଖ୍ୟ ଖବର

ଚାରି ଦିନ ପରେ ଆଲୁଅ ଦେଖିଲେ ବନ୍ତଳା ସେକ୍ସନର ୪ ଗାଁର ଲୋକ, ଗୁରୁବାରଠୁ ନଥିଲା ଲାଇନ୍

By Angul TV Bureau

April 13, 2025

ଅନୁଗୁଳ: ଚାରି ଦିନ ପରେ ଆଲୁଅ ଦେଖିଲେ ଅନୁଗୁଳ ବନ୍ତଳା ସେକ୍ସନର ଚାରୋଟି ଗାଁର ଲୋକ। ଗତ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ କାରଣରୁ ଗଛ ଉପୁଡ଼ି ଅନୁଗୁଳ ବ୍ଲକ ଶାବଳ ଭଙ୍ଗା ଗ୍ରାମର ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିଲା। ଫଳରେ ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ୪ ଦିନ ଧରି ଶାବଳ ଭଙ୍ଗା, କରଡ଼ାବଣି, ମାଣପୁରୁ ଏବଂ ଶ୍ୟାମସୁନ୍ଦରପୁର ଗାଁରେ ଇଲେକ୍ଟ୍ରିକ୍ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ଆଜି ସନ୍ଧ୍ୟା ୬.୩୦ ସମୟରେ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ହୋଇଛି। ଏଣୁ ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗର ଜେଇ ମାଧବାନନ୍ଦ ସାହୁ ଏବଂ ତାଙ୍କ ସମସ୍ତ ବିଦ୍ୟୁତ୍ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।