ମୁଖ୍ୟ ଖବର

ନିଯୁକ୍ତି ଦାବି: ନାଲକୋ ରେଳ ଧାରଣା ଅବରୋଧ କଲେ ଟେଣ୍ଟୋଇ ଗ୍ରାମର ଜମିହରା ପ୍ରଜା

By Biswaranjan Pattnaik

November 09, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଟେଣ୍ଟୋଇ ଗ୍ରାମର ନାଲକୋ ଜମିହରା ପ୍ରଜା ଆଜି ନାଲକୋ ରେଳ ଧାରଣା ଅବରୋଧ କରିଛନ୍ତି।

ସୂଚନା ମୁତାବକ, ନାଲକୋ କୋଇଲା ପରିବହନ ପାଇଁ ନିଜସ୍ଵ ରେଳ ଧାରଣା ନିର୍ମାଣ କରିଥିଲା। ସେଥିରେ ଆଖପାଖ ଅଞ୍ଚଳର ଗ୍ରାମ ଗୁଡ଼ିକର ଜମି ଅଧିଗ୍ରହଣ କରାଯାଇଥିଲା। ଏଥିରେ ଟେଣ୍ଟୋଇ ଗ୍ରାମର ଜମି ମଧ୍ୟ ଅଧିଗ୍ରହଣ କରାଯାଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ନାଲକୋ ଜମିହରା ପ୍ରଜାଙ୍କୁ କୌଣସି ପ୍ରକାର ନିଯୁକ୍ତି ବା କ୍ଷତି ପୂରଣ ପ୍ରଦାନ କରିନାହିଁ। ବାରମ୍ବାର ନାଲକୋ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ଏଥି ନିମନ୍ତେ ଅବଗତ କରାଯାଇଥିଲେ ମଧ୍ୟ କେହି ଧ୍ୟାନ ଦେଉନଥିବା ଜମିହରା ପ୍ରଜା ଅଭିଯୋଗ କରିଛନ୍ତି। ଏହାକୁ ବିରୋଧ କରି ଆଜି ଜମିହରା ପ୍ରଜା ଗ୍ରାମ ନିକଟରେ ଯାଇଥିବା ନାଲକୋ ରେଳ ଧାରଣା ଅବରୋଧ କରିଥିଲେ।

ଧାରଣାରେ ଗାଁର ତପନ ନାଏକ, ପ୍ରଶାନ୍ତ ନାଏକ, ନନ୍ଦନ ନାଏକ, ହିରନ୍ୟ ନାଏକ ଏବଂ ଶିବବ୍ରତ ନାଏକ ସାମିଲ ହୋଇଥିଲେ। ତେବେ ନାଲକୋ କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଧାରଣାରତ ଗ୍ରାମବାସୀ କହିଛନ୍ତି।