ଅନ୍ୟାନ୍ୟ

ହାତୀ ଉତ୍ପାତ ରୋକିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିବେଦନ କଲେ ଭୁବନପୁରବାସୀ

By Angul TV Bureau

July 19, 2022

ଅନୁଗୁଳ: ସ୍ଥାନୀୟ ତଳଗଡ଼ ପଞ୍ଚାୟତ ଭୁବନପୁରରେ ଦିନକୁ ଦିନ ହାତୀଙ୍କର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ ବନ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେବାରୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଗାଁ ଲୋକେ। ଅଭିଯୋଗ ମୁତାବକ, ନିୟମିତ ହାତୀ କ୍ଷେତ ବାଡିରେ ପଶି ଫସଲ ନଷ୍ଟ କରୁଛନ୍ତି। ଏନେଇ ବନଖଣ୍ଡ ଅଧିକାରୀଙ୍କୁ ଅଭିଯୋଗ କରିବା ସତ୍ତ୍ୱେ ସେ କିଛି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ସେଥିପାଇଁ ହାତୀ ଉପଦ୍ରବରୁ ମୁକ୍ତି ପାଇଁ ସୋମବାର ଭୁବନପୁର ଗ୍ରାମବାସୀ ଅନୁଗୁଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ସେମାନଙ୍କ ଅଭିଯୋଗକୁ ଗ୍ରହଣ କରିବା ସହ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।