ଅନ୍ୟାନ୍ୟ

ମହିଳାଙ୍କୁ ଫିନାଇଲ୍‌ ପ୍ରସ୍ତୁତି ତାଲିମ

By Angul TV Bureau

December 06, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ବିଜିଗୋଳ ପଞ୍ଚାୟତରେ ତାଳଚେରର ସ୍ଵେଚ୍ଛାସେବୀ ସଂଗଠନ ‘ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ’, ନେହରୁ ଯୁବ ସଂଗଠନ, ଅନୁଗୁଳ ଓ ଭାରତ ଯୁବ, କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଫିନାଇଲ୍‌ ପ୍ରସ୍ତୁତି ପାଇଁ ଗୁରୁବାର ଠାରୁ ତାଲିମ ଦିଆଯାଉଅଛି। ବିଭିନ୍ନ ଗୋଷ୍ଠୀର ୨୫ ଜଣ ମହିଳା ତାଲିମ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସଂଗଠନର ସାମ୍ପଦକ ବୁଦ୍ଧଦେବ ଦାସ ସ୍ଵାଗତ ଭାଷଣ ଦେଇଥିଲେ। ସିପ୍ତିମୟୀ ସାହୁ ଏବଂ ପ୍ରିୟଦର୍ଶିନୀ ନାଥ ମହିଳାଙ୍କୁ ଫିନାଇଲ ପ୍ରସ୍ତୁତି ତାଲିମ ଦେଇଥିଲେ। ଆସନ୍ତା ଜାନୁଆରି ୨୫ ତାରିଖ ପର୍ଯ୍ୟନ୍ତ ଏହି ତାଲିମ କାର୍ଯ୍ୟକ୍ରମ ଚାଲୁ ରହିବ। ଅନୁଷ୍ଠାନ ପକ୍ଷରୁ ମମତାରାଣୀ ବିଶିମାଝୀ, ରହିମୁଦ ନାୟକ, ସୁଦର୍ଶନ ବଳ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ନେହରୁ ଯୁବକେନ୍ଦ୍ର କଣିହାଁର ସଂଯୋଜକ ରାଜକିଶୋର ବିଶ୍ବାଳ ଓ ସିଦ୍ଧାର୍ଥ ସାହୁଙ୍କ ତତ୍ତ୍ଵାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା। ସଂଗଠନ ସଂଯୋଜକ ମହାଦେବ ଦାସ ଧନ୍ୟବାଦ ଦେଇଥିଲେ |