ଘଟଣା ଓ ଦୁର୍ଘଟଣା

ପକେଟରେ ହାତ ପୂରାଇ ମୋବାଇଲ ନେଇଗଲା ଚୋର, ଜାଣି ବି ପାରିଲେନି ବ୍ୟକ୍ତି; ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

By Angul TV Bureau

May 29, 2022

ଅନୁଗୁଳ: ପରିବା କିଣୁ କିଣୁ ମୋବାଇଲ ଚୋରି। ଦୋକାନୀ ସହ କଥା ହୋଇ ପରିବା କିଣିବା ବେଳେ ଅତି ଚତୁରତାର ସହ ଜଣେ ଲୋକ ଆସି ପକେଟରୁ ଚୋରି କରି ନେଇଗଲା ମୋବାଇଲ। ଅନୁଗୁଳ ସହରରେ ସ୍ପଷ୍ଟ ଦିବାଲୋକରେ ଏଭଳି ଘଟଣା ଘଟିଛି, ଯାହାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି।

ଭିଡିଓରେ ଦେଖାଯାଇଛି ଯେ ଅନୁଗୁଳ ଡେଲି ମାର୍କେଟରେ ଜଣେ ବ୍ୟକ୍ତି ପରିବା କିଣୁଥିବା ବେଳେ ଜଣେ ଯୁବକ ଆସି ସାର୍ଟ ପକେର୍ଟରୁ ଅତି ଚତୁରତାର ସହ ମୋବାଇଲ ଲୁଟି ନେଉଛନ୍ତି। ସେ ଏମିତି କୌଶଳରେ ଲୁଟିଲେ ଯେ କେହି ଜାଣି ବି ପାରିଲେନି କଣ ହେଲା। ବ୍ୟକ୍ତି ଜଣକ ମୋବାଇଲ ଚୋରି ହୋଇଛି ବୋଲି ଜାଣିବା ବେଳକୁ ଲୁଟେରା ସେଠାରୁ ଛୁ ମାରିଥିଲା। ଏନେଇ ବ୍ୟକ୍ତି ଜଣକ ଥାନାରେ ଏତଲା ଦେଇଛନ୍ତି।