ଘଟଣା ଓ ଦୁର୍ଘଟଣା

ଶୁଦ୍ଧ ଘରୁ ଫେରିବା ବାଟରେ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ବାଇକ ଚାଳକ ଗୁରୁତର

By Sanjeeb Biswal

September 11, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଦେବଗଡ଼ ଛକ ନିକଟରେ ଏକ ବାଇକ ସହିତ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଅନୁଗୁଳ ଶାକସିଂହା ଗ୍ରାମର ଅମର ରାଉତ।

ସୂଚନା ମୁତାବକ, ଅମର ରାଉତ ସୋମବାର ସମ୍ପର୍କୀୟଙ୍କ ଶୁଦ୍ଧଘରେ ଯୋଗଦେବା ପାଇଁ ବାଇକ ଯୋଗେ ବାହାଳସାହି ଗ୍ରାମକୁ ଆସିଥିଲେ। ଶୁଦ୍ଧ କ୍ରିୟା ସରିବା ପରେ ସନ୍ଧ୍ୟାରେ ବାଇକରେ ଏକୁଟିଆ ଶ୍ୱଶୁର ଘର ମାଛକୁଟା ଗ୍ରାମକୁ ଯାଉଥିବା ବେଳେ ଦେବଗଡ଼ ଛକ ନିକଟରେ ଏକ କୁକୁଡ଼ା ପରିବହନ କରୁଥିବା ପିକଅପ ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅମର ରାଉତ ଗୁରୁତର ହୋଇ ରାସ୍ତାରେ ପଡିଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅମରଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ତାଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି।