ମୁଖ୍ୟ ଖବର

ପିକଅପ ଭ୍ୟାନ ଚଢ଼ାଇ ଯୁବକଙ୍କୁ ହତ୍ୟା ଘଟଣା: ସିନ୍ ରିକ୍ରିଏସନ୍ କରାଇଲା ପୁଲିସ, ଅଭିଯୁକ୍ତ ଦେଖାଇଲା କୋଉଠି, କେମିତି କରିଥିଲା ଯୋଜନା

By Angul TV Bureau

June 10, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ନୂଆଗାଁ ଛକ ନିକଟରେ ଥିବା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଜଣେ ଫାଷ୍ଟଫୁଡ୍ ଦୋକାନୀଙ୍କୁ ପୂର୍ବଶତ୍ରୁତାକୁ ନେଇ ପିକଅପ ଭ୍ୟାନ ଧକ୍କା କରି ହତ୍ୟା ଘଟଣାର ସିନ ରିକ୍ରିଏସନ କରିଛି ପୁଲିସ। ଏହି ହତ୍ୟାକାଣ୍ଡ ଏପ୍ରିଲ ୨୨ରେ ଘଟିଥିଲା। ମୃତ ଯୁବକ ହେଲେ ବାଗଡିଆ ଥାନା ନୂଆଗାଁ ଗ୍ରାମର ବିନୋଦ ସାହୁ।

ସୂଚନା ମୁତାବକ, ବିନୋଦ ଅପରାହ୍ନରେ ଫାଷ୍ଟଫୁଡ୍ ଦୋକାନ ନିକଟରେ ଛିଡା ହୋଇଥିବା ବେଳେ ଏକ ପିକଅପ ଭ୍ୟାନ ଆସି ତାଙ୍କ ଧକ୍କା ଦେଇ ଦେଇ ପଳାଇ ଯାଇଥିଲା। ପରିବାର ଲୋକ ତୁରନ୍ତ ବିନୋଦଙ୍କୁ ଛେଣ୍ଡିପଦା ମେଡିକାଲକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୂର୍ବ ଶତ୍ରୁତାକୁ ନେଇ ବିନୋଦଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ଭାଇ ଗୋବିନ୍ଦ ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ମାନସ ମାଝୀ ଓ ଅଖିଳ ମହାରଣାକୁ ଘଟଣାସ୍ଥଳକୁ ନେଇ ସିନ ରିଏକ୍ରିଏସନ କରିଛି।

ତେବେ ବିନୋଦଙ୍କୁ କାହିଁକି ହତ୍ୟା କରାଯାଇଥିଲା ଓ କିପରି ଯୋଜନା କରି ହତ୍ୟା କରାଯାଇଥିଲା ସେ ନେଇ ସିନ ରିକ୍ରିଏସନ କରିଥିଲା। ଅଭିଯୁକ୍ତ ମାନେ ରାଜନୀତି ଓ ଦୋଳ ପୂର୍ଣ୍ଣିମା ଝଗଡ଼ାକୁ ନେଇ ବିନୋଦକୁ ରାସ୍ତାରୁ ହଟାଇବା ପାଇଁ ତେଲି ଆମ୍ବତୋଟା ନିକଟରେ ଯୋଜନା କରିଥିଲେ। ମୁଖ୍ୟ ଅଭିଯୁକ୍ତକୁ ସିନ ରିକ୍ରିଏସନ ପରେ କୋର୍ଟ ଚାଲାଣ କରାଯାଇଛି ଓ ଅନ୍ୟମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ବାଗଡିଆ ଥାନା ଅଧିକାରୀ କହିଛନ୍ତି।