ଘଟଣା ଓ ଦୁର୍ଘଟଣା

ଘର ସାମ୍ନାରୁ ରାତି ଅଧିଆ ପିକଅପ୍ ଭ୍ୟାନ୍ ଚୋରି, ଥାନାରେ ଅଭିଯୋଗ କଲେ ମାଲିକ

By Angul TV Bureau

June 02, 2024

ବଇଣ୍ଡା: ସ୍ଥାନୀୟ କିଶୋରନଗର ବ୍ଲକ ହଣ୍ଡପା ଥାନା ଗତିକୃଷ୍ଣପୁର ଗ୍ରାମର ତୁଷାରକାନ୍ତ ପ୍ରଧାନଙ୍କ ପିକଅପ୍ ଭ୍ୟାନ (ଓଡି ୦୨ କେ ୭୪୮୭ ) ରବିବାର ଚୋରି ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଚୋରି ନେଇ ତୁଷାରକାନ୍ତ ସୋମବାର ଦିନ ହଣ୍ଡପା ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୮୯/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ମୁତାବକ, ତୁଷାର ନିଜ ଘର ସାମ୍ନାରେ ରବିବାର ରାତିରେ ପିକଅପ୍ ଭ୍ୟାନ ରଖିଥିଲେ। କିନ୍ତୁ ସୋମବାର ସକାଳୁ ଦେଖିବା ବେଳକୁ ଆଉ ଗାଡ଼ି ନାହିଁ। ଏଣୁ କେହି ଦୁର୍ବୃତ୍ତ ଏହି କାମ କରିଛି ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି।