ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଗୁରୁବାର ସକାଳେ ଏକ ପାଇପ୍ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, କଣିହାଁ ଥାନା ଅନ୍ତର୍ଗତ ଏନ୍ଟିପିସି ଆସପଣ୍ଡରୁ ସାଢ଼େ ୭ ଫୁଟ ଲମ୍ବ ୧୬ ଇଞ୍ଚ ଗୋଲେଇର ୧୦ଟି ପାଇପ୍ ଚୋରିକରି ଏକ ପିକ୍ଅପ୍ ଭ୍ୟାନ୍(ଓଡି-୧୯ଏସ୍- ୧୦୨୩)ରେ ନେଇ ଅନୁଗୁଳ ଯାଉଥିବା ବେଳେ ପୁଲିସ ପାଟ୍ରେଲିଂ ଗାଡ଼ି ତାଙ୍କୁ ଧରି ଯାଞ୍ଚ କରିଥିଲା। ଉପଯୁକ୍ତ କାଗଜପତ୍ର ଦେଖାଇ ନପାରିବାରୁ ସେମାନଙ୍କ ନାମରେ ଏକ ମାମଲା ରୁଜୁକରି ଗାଡ଼ି ଜବତକରି ଏଥିରେ ସମ୍ପୃକ୍ତ ରେଙ୍ଗାଳି ଥାନା ଅନ୍ତର୍ଗତ ବଜ୍ରକୋଟ ଗାଁର ଚନ୍ଦ୍ରକାନ୍ତ ବେହେରା(୨୩), କଣିହାଁ ଥାନା ଅନ୍ତର୍ଗତ ଭଇଁପୁର ଗାଁର ରଞ୍ଜନ ନାଏକ(୨୯) ଓ ଜଗବନ୍ଧୁ ନାଏକ(୪୫)ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।