ମୁଖ୍ୟ ଖବର

ଗ୍ୟାସ ସିଲିଣ୍ଡର ବୋଝେଇ ପିକଅପ୍ ଗାଡ଼ି ଜବତ, ଚୋରା କାରବାର ହେଉଥିବା ଅଭିଯୋଗ

By Angul TV Bureau

November 15, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଧଉରାପଳି ମହିମା ଏଚପି ଗ୍ୟାସ ଗ୍ରାମୀଣ ବିତରକ ଏଜେନ୍ସିର ୬୪ ଟି ଗ୍ୟାସ ସିଲିଣ୍ଡର ବୋଝେଇ ପିକଅପ୍ ଗାଡ଼ିକୁ ଜବତ କରିଛି ପୁଲିସ। ଏଥିସହ ଗୋଟିଏ ଟ୍ରକ ଓ ଆଉ ଗୋଟିଏ ସିଲିଣ୍ଡର ବୋଝେଇ ପିକ୍ଅପକୁ ମଧ୍ୟ ତଦନ୍ତ ପାଇଁ ମହିମା ଏଚପି ଗ୍ୟାସ ଏଜେନ୍ସି ଗୋଦାମରୁ ଜବତ କରାଯାଇଛି। ଏଥିସହ ଚାରି ଜଣ ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖିଛି କିଶୋରନଗର ଥାନା ପୁଲିସ।ସୂଚନା ଅନୁଯାୟୀ, କିଶୋର ନଗର ଅଞ୍ଚଳରେ ଏକ ମାତ୍ର ଗ୍ୟାସ ଏଜେନ୍ସି ଧଉରାପଳି ମହିମା HP ଗ୍ୟାସ ଗ୍ରାମୀଣ ବିତରକ ଲୋକଙ୍କୁ ବହୁ ଦିନ ଧରି ଶୋଷଣ କରିଆସୁଥିଲା। ଏନେଇ ସ୍ଥାନୀୟ ଲୋକେ ଯୋଗାଣ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ବି କିଛି ପଦକ୍ଷେପ ନିଆଯାଇ ନଥିଲା। ଆଜି ଗ୍ରାମବାସୀ ଓ ପୁଲିସ ମିଳିତ ଭାବେ ତିିନିଟି ଗାଡ଼ି ସହ ୪ ଜଣ ଡ୍ରାଇଭରଙ୍କୁ ଅଟକ ରଖିଛନ୍ତି। ଏଥିସହ ଧଉରାପାଲ୍ଲୀ ମହିମା ଏଚପି ଗ୍ୟାସ ଗ୍ରାମୀଣ ବିତରକର ତିନିଟି ଗୋଦାମ ସିଲ୍ କରି ତଦନ୍ତ ଜାରି ରଖିଛି ଯୋଗାଣ ବିଭାଗ ଓ କିଶୋର ନଗର ପୁଲିସ।