ଅନ୍ୟାନ୍ୟ

ଡେପୁଟି ରେଞ୍ଜରଙ୍କ ସ୍ମୃତିରେ ବୃକ୍ଷରୋପଣ

By Swagatika Samantray

July 24, 2022

ଅନୁଗୁଳ: ଅନୁଗୁଳ ବନଖଣ୍ଡର ବନ୍ତଳା ରେଞ୍ଜର ପୂର୍ବତନ ଡେପୁଟି ରେଞ୍ଜର ସ୍ବର୍ଗତ ଜୟନ୍ତ କୁମାର ସାହୁଙ୍କ ସ୍ମୃତିରେ ରବିବାର ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ହମାମିରା ଗାଁରେ ବୃକ୍ଷରୋପଣ କରାଯାଇଛି। ଗାଁର ଶ୍ରୀ ଗଣେଶ ସ୍ବଂୟ ସହାୟକ ଗୋଷ୍ଠୀ ଓ ମା’ ଗ୍ରାମେଶ୍ବରୀ କ୍ରିକେଟ୍ କ୍ଲବର ସଦସ୍ୟମାନେ ଏକାଠି ହୋଇ ଗାଁ ଖେଳି ପଡ଼ିଆ ନିକଟରେ ଶତାଧିକ ଚାରା ଲଗାଇଥିଲେ। ବେଡ଼ାଶାସନ ସରପଞ୍ଚ ନିରୁପମା ସାହୁ ଏହି ବୃକ୍ଷରୋପଣକୁ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପରେ ଗାଁ ଯୁବକଙ୍କ ଦ୍ବାରା ରାଧାଚୂଡ଼ା, କୃଷ୍ଣଚୂଡ଼ା, କରଞ୍ଜ, ନିମ୍ବ, ଅଁଳା, ଚାକୁଣ୍ଡା ଆଦି ଗଛ ଲଗାଯାଇଥିଲା। କାର୍ଯ୍ୟକ୍ରମରେ ଦୁଷ୍ମନ୍ତ ସାହୁ, ରଞ୍ଜନ ସାହୁ, ଗଣେଶ୍ବର ସାହୁ, ସୂର୍ଯ୍ୟକାନ୍ତ ଗଡ଼ନାୟକ, ସୁବ୍ରତ ସାହୁ, ସୌମ୍ୟରଞ୍ଜନ ଅମାନ୍ତ, ବିଷ୍ଣୁ ବେହେରା, ଯଶୋବନ୍ତ ନାରାୟଣ ସାହୁ, ପ୍ରଣୟ ଦେହୁରୀ, ସୁବ୍ରତ ଗଡ଼ନାୟକ, ସତ୍ୟକାନ୍ତ ସାହୁ, କାହ୍ନା ଗଡ଼ନାୟକ, ଜଗନ ସାହୁ, ପତିତପାବନ ସାହୁ ଓ ସୁମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବର୍ଗତ ଜୟନ୍ତ କୁମାର ସାହୁ ଏହି ପଡ଼ିଆରେ ବ୍ୟାପକ ବୃକ୍ଷରୋପଣ କରିବାକୁ ଯୋଜନା କରିଥିଲାବେଳେ ଅକାଳରେ ତାଙ୍କର ମୃତ୍ୟୁ ହେବାରୁ ଏହା ଅଟକି ଯାଇଥିଲା। ତାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଗାଁର ଯୁବଗୋଷ୍ଠୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଆଗାମୀ ଦିନରେ ପଡ଼ିଆ ନିକଟରେ ଥିବା ଖାଲି ଜାଗାରେ ୧ ହଜାର ଗଛ ଲଗାଇବାକୁ ଯୋଜନା କରାଯାଇଛି।