ଅନ୍ୟାନ୍ୟ

ବଜ୍ରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ବୃକ୍ଷରୋପଣ

By Angul TV Bureau

August 03, 2024

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶୁକ୍ରବାର ସ୍ଵସ୍ଥ ପରିବେଶ ନିମନ୍ତେ ବୃକ୍ଷ ଚାରା ରୋପଣ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରଶ୍ମିତା ସେଠୀ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ସମିତସଭ୍ୟ ସୀମାଞ୍ଚଳ ପଣ୍ଡା, ସରପଞ୍ଚ ପ୍ରଦୀପ ସାହୁ, ହାଡିବନ୍ଧୁ ସେଠୀଙ୍କ ସମେତ ଡାକ୍ତର କର୍ମଚାରୀ ମିଶନ ଶକ୍ତି ବିଭିନ୍ନ ବିଭାଗର ମହିଳା କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଥିଲେ। ବନପାଳ ଟିକେସ୍ଵର ନାୟକ ପରିଚାଳନାରେ ଶତାଧିକ ଔଷଧିୟ ଓ ଫଳ ଚାରା ରୋପଣ କରାଯାଇଥିଲା। ପଞ୍ଚାୟତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।