ଅନ୍ୟାନ୍ୟ

କଲେଜ ଛାତ୍ରୀ ନିବାସରେ ବୃକ୍ଷରୋପଣ

By Biswaranjan Pattnaik

July 10, 2022

ଅନୁଗୁଳ: ଅନୁଗୁଳ ସରକାରୀ କଲେଜର ଏକ ନମ୍ବର ଓ ଦୁଇ ନମ୍ବର ଛାତ୍ରୀ ନିବାସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇଏଫଏସ ପ୍ରୋବେସନର ଶନି ଖୋଖର୍ ଓ ସରକାରୀ କଲେଜ ର ଅଧ୍ୟକ୍ଷ ଗଙ୍ଗାଧର କର ଅଁଳା ଗଛ ଲଗାଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହାପରେ ଛାତ୍ରୀ ଏବଂ ସତ୍ୟ ସାଇ ସେବା ସମିତି ର ସଦସ୍ୟ ମାନେ ବୃକ୍ଷ ରୋପଣ କରିଥିଲେ। ଅଧ୍ୟାପକ ସୂର୍ଯ୍ୟକାନ୍ତ ସ୍ୱାଇଁ ଓ ସ୍ମିତା ମଲ୍ଲିକ ପ୍ରମୁଖ ବୃକ୍ଷ ରୋପଣରେ ସହାୟତା କରିଥିଲେ ।