ଅନ୍ୟାନ୍ୟ

ବିଶ୍ଵ ପରିବେଶ ଦିବସ ଅବସରରେ ଚାରା ରୋପଣ

By Biswaranjan Pattnaik

June 05, 2024

ଅନୁଗୁଳ: ଆଜି ପୂର୍ବାହ୍ନରେ ମହିଧରପୂର ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ସହକାରୀ ଶିକ୍ଷା ଜିଲ୍ଲା ଅଧିକାରୀ ପ୍ରତିଭା ବାରିକ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଆମ ସମାଜରେ ବୃକ୍ଷ ଓ ଜଙ୍ଗଲର ଉପକାରିତା ଉପରେ ଶ୍ରୀମତୀ ବାରିକ ମତବ୍ୟକ୍ତ କରିଥିଲେ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଆହ୍ୱାନ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ବଅଁରପାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନସ ରଞ୍ଜନ ପୃଷ୍ଟି,ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ, ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଭିକାରୀ ବନ୍ଧୁ ସାହୁ,ସ୍କୁଲର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଏହାପରେ ଅତିଥି ଏବଂ ସ୍କୁଲ ଛାତ୍ର ଛାତ୍ରୀ ଚାରା ରୋପଣ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ମନୋଜା ନାୟକ ଧନ୍ୟବାଦ ଦେଇଥିଲେ। ସେହିଭଳି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଡିଇଓ ସସ୍ମିତା ସାହୁଙ୍କ ନେତୃତ୍ୱରେ ସହକର୍ମୀ ମାନେ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ ।