ଅନ୍ୟାନ୍ୟ

କଣିହାଁରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ: ‘ପ୍ଲାଷ୍ଟିକ ହଟାଅ, ଜୀବନ ବଞ୍ଚାଅ’ର ନାରା

By Angul TV Bureau

January 25, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟ ଓ କଣିହାଁ ବନାଞ୍ଚଳ ତରଫରୁ ଏକ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ ଶନିବାର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ବଦ୍ରୀନାଥ ସାହୁ, ପ୍ରଧାନଶିକ୍ଷକ ଗିରିଧାରୀ ବାରିକ ଏବଂ ବନପାଳ ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବାକୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ବନାଞ୍ଚଳର ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ରେଙ୍ଗାଳି ବଜାରଠାରୁ କଦଳିପାଳ ପର୍ଯ୍ୟନ୍ତ ପରିକ୍ରମା କରିବା ସହ “ପ୍ଲାଷ୍ଟିକ ହଟାଅ, ଜୀବନ ବଞ୍ଚାଅ” ନାରା ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ। ରେଙ୍ଗାଳି ହାଇସ୍କୁଲ ଓ ବନାଞ୍ଚଳ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ଅଭିନବ କାର୍ଯ୍ୟକ୍ରମ କରାଯାଇଛି।