ମୁଖ୍ୟ ଖବର

ଡାଇମଣ୍ଡ କ୍ଲବର ପ୍ଲାଷ୍ଟିକ୍ ମୁକ୍ତ ସଚେତନତା କାର୍ଯ୍ୟକ୍ରମ, ଯୋଗ ଦେଲେ ଶତାଧିକ କର୍ମୀ

By Angul TV Bureau

February 02, 2023

ତାଳଚେର: ଅନୁଗୁଳ ନେହରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ସନ୍ଥପଡା ଡାଇମଣ୍ଡ କ୍ଲବ ପକ୍ଷରୁ ପ୍ଲାଷ୍ଟିକ୍ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ କ୍ଲବର ସଭାପତି ସତ୍ୟାନନ୍ଦ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପ୍ରାୟ ୧୩୦ ଜଣ ପିଲାଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ହୋଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମରେ କ୍ଲବର ସମ୍ପାଦକ ନରେଶ ଚନ୍ଦ୍ର ମହାନ୍ତି, ମେମ୍ବର ରଞ୍ଜନ କୁମାର ସାମଲ, ସୁଶାନ୍ତ କୁମାର ସାମଲ, ମାନସ କୁମାର ସାମଲ, ଜିତେନ୍ଦ୍ର ସାମଲ, ସୌମ୍ୟ ରଞ୍ଜନ ସିଅ, ବିରଞ୍ଚି ଧୀର, କରଣ ସାମଲ, ବିକାଶ ସାମଲ, ତପନ ଧୀର, ଚିକୁ ସାମଲ, ସୁବ୍ରତ ସାମଲ, ଆକାଶ ଧୀର, କବୁଲ୍ ମହାନ୍ତି, ସୌଭାଗ୍ୟ ସାମଲ, ଭୁବନ ସାମଲ, ରମଣ ସାମଲ, ସୁନୀଲ କୁମାର ମହାନ୍ତି, କ୍ରିଶ୍ ମହାନ୍ତି, ମହେଶ୍ୱର ସାମଲ, ବିଜୟ ସାମଲ, ସୁବୋଧ ସାମଲ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ଶେଷରେ କ୍ଳବ୍ ସମ୍ପାଦକ ନରେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ।