ମୁଖ୍ୟ ଖବର

ଆସନ୍ତା ଜୁଲାଇ ପହିଲାରୁ ରାଜ୍ୟରେ ବନ୍ଦ ହେବ ପ୍ଲାଷ୍ଟିକ ବିକ୍ରି

By Biswaranjan Pattnaik

June 29, 2022

ଅନୁଗୁଳ: ଆସନ୍ତା ଜୁଲାଇ ୧ରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ଉତ୍ପାଦନ ଓ ବିକ୍ରୟ ଉପରେ ରୋକ୍ ଲଗାଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏ ନେଇ ଗତ ୧୦ ତାରିଖରେ ବୋର୍ଡ଼ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ପରିବେଶ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଅନୁସାରେ, ଏଣିକି ସିଙ୍ଗଲ ୟୁଜ ପ୍ଲାଷ୍ଟିକର ଆଉ ଉତ୍ପାଦନ, ମହଜୁଦ ଏବଂ ବିକ୍ରୟକୁ ନିଷିଦ୍ଧ କରାଯାଇଛି।

ଏହି ଆଇନ ବଳରେ ପ୍ଲାଷ୍ଟିକ ପତାକା, କ୍ୟାଣ୍ଡିର ଷ୍ଟିକ, ଆଇସକ୍ରିମର ପ୍ଲାଷ୍ଟିକ ଷ୍ଟିକ, ଥର୍ମକୁଲ ଉପକରଣ, ଭୋଜିରେ ବ୍ୟବହୃତ ପ୍ଲାଷ୍ଟିକ ଚାମଚ, ଷ୍ଟ୍ର, ଛୁରୀ, ମିଠା ବକ୍ସର ପ୍ୟାକିଙ୍ଗ ଫିଲ୍, ପ୍ଲାଷ୍ଟିକ ନିମନ୍ତ୍ରଣ ପତ୍ର, ସିଗାରେଟ ପ୍ୟାକେଟ୍ ଓ ପ୍ଲାଷ୍ଟିକ ଆଦିର ଉତ୍ପାଦନ ଓ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହାକୁ ଅମାନ୍ୟ କଲେ ପରିବେଶ ସୁରକ୍ଷା ଆଇନ ୧୯୮୬ ଅନୁଯାୟୀ ସମ୍ପୃକ୍ତ ହୋଲସେଲର ଅବା ରିଟେଲର ଦୋକାନୀଙ୍କୁ ଦଣ୍ଡିତ କରାଯିବ।