ଅନ୍ୟାନ୍ୟ

ଜିଲ୍ଲାପାଳ,ବିଡିଓଙ୍କୁ ଭେଟିଲେ ଯୁବଗୋଷ୍ଠୀ

By Angul TV Bureau

July 14, 2021

ଅନୁଗୁଳ: ଗାଁ’ ଗାଁ’ରେ ଖେଳ ପଡ଼ିଆର ଉନ୍ନତିକରଣ କରାଯାଉଛି। ମାତ୍ର ଅନୁଗୁଳ ବ୍ଲକ ଅନ୍ତର୍ଗତ ବସଲା ଗ୍ରାମ ପଞ୍ଚାୟତର ଏକମାତ୍ର ଖେଳପଡ଼ିଆ ଅବହେଳିତ ହୋଇପଡ଼ିଛି। ପଞ୍ଚାୟତ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ବ ଦେଉନଥିବା ପ୍ରତିବାଦରେ ସୋମବାର ଗ୍ରାମର ମା’ ଦକ୍ଷିଣକାଳୀ କ୍ଲବ୍‌ର ସଦସ୍ୟମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ।ମଙ୍ଗଳବାର ଅନୁଗୁଳ ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ଭେଟି ଏହି ମର୍ମରେ ଫେରାଦ୍ ହୋଇଥିଲେ।ପ୍ରଥମେ ପଡ଼ିଆ ଉନ୍ନତିକରଣ କାର୍ଯ୍ୟ ସାରି ରାସ୍ତା ନିର୍ମାଣ କରାଇବାକୁ ଦାବି କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଥିଲେ । ବିଡ଼ିଓ ଓ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଥିବା ବେଳେ ଦାବି ପୂରଣ ନହେଲେ ଯୁବଗୋଷ୍ଠୀ ଆନ୍ଦୋଳନକୁ ତୀବ୍ରତର କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।